(ଉତ୍ତରାଖଣ୍ଡ) : ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ। ଆଜି (ଶନିବାର) ସକାଳ ୫ଟା ୩ ମିନିଟ୍ରେ ଉତ୍ତରକାଶୀ ଜିଲ୍ଲାର ୩୯ କି.ମି ପୂର୍ବରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।
ସୁଚଣ୍ଣୁଯାୟୀ , ଏହା ପୂର୍ବରୁ ଜାନୁଆରୀରେ ବାଗେଶ୍ଵର ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଥିଲା। ବାଗେଶ୍ଵର ଜିଲ୍ଲାର କପକୋଟ, ବାଗେଶ୍ଵର, ଗରୁଡ଼, କାଣ୍ଡା, କାଫଲିଗୈର ଆଦି ଅଞ୍ଚଳରେ ଝଟକା ଲାଗିଥିଲା।