କୋଭିଡ କଟକଣା ଭିତରେ ଦୁର୍ଗାପୂଜା

( ଦୀପକ ମିଶ୍ର / ଉଦଳା): ଧରା ପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା । ଉଦଳା ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ନବମୀ ସନ୍ଧି ପୂଜା ଆରମ୍ଭ ହୋଇଛି । କୋଭିଡ ନିୟମ ଅନୁଯାୟୀ ପୂଜା ମଣ୍ଡପରେ ଯଥା ରୀତି ଅନୁଯାୟୀ ଚାଲିଛି ମାଆଙ୍କର ପୂଜା। ମୟୁରଭଞ୍ଜ ଜିଲ୍ଲା ଉଦଳା ନାଗପାଳର ଏ ହେଉଛି ପୁରାତନ ପୂଜା ମଣ୍ଡପ । କରୋନା ମହାମାରୀ ଯୋଗୁଁ ଫିକା ପଡିଛି ପୂଜା ମଣ୍ଡପ । କିପରି ବିଶ୍ୱରୁ କରୋନା ମହାମାରୀ ଦୂରେଇ ଯିବ ସେଥିପାଇଁ ଭକ୍ତ ମାଆ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରୁଛନ୍ତି ।