ଜୟପୁର: ଜବତ ହେଲା ନକଲି ଗୁଟଖା କାରଖାନା । ଦୀର୍ଘ ଦିନ ଧରି ଚାଲୁତିବା ନକଲି ଗୁଟଖା କାରଖାନା ଉପରେ ଅଚାନକ ଚଢାଉ କରିଛି ପୋଲିସ । ଏହି ଚଢାଉରେ ହଜାର କି ଦୁଇ ହଜାର ଟଙ୍କାର ନୁହେଁ, ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ କରିଛି ସେମିଳିଗୁଡା ପୋଲିସ । ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିବା ସହିତ ଗୁଟଖା ତିଆରି ମେସିନ, କେମିକାଲ, ପ୍ରସ୍ତୁତ ହୋଇଥିବା ନକଲି ଗୁଟଖା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ଘର ହାଇଦ୍ରାବାଦରେ ବୋଲି ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।