ଭୁବନେଶ୍ୱର: ମଶା ଦମନ ପାଇଁବିଏମସିର ଆକ୍ସନ ପ୍ଲାନ୍। ରାଜଧାନୀରେ ମଶା ଦମନରେ ବ୍ୟବହାର ହେବ ଡ୍ରୋନ୍। ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ। ଗାଡ଼ି ଯାଇ ପାରୁନ ଥିବା, ଅବ୍ୟବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନ୍ ରେ ସାମିଲ ହେବ ଡ୍ରୋନ। ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ। ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ। ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।