ISROର ଆଉ ଏକ ସଫଳତା, IADT-01ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣା ସଂଗଠନ । ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଦିଗରେ ISROର ସଫଳତା । ପ୍ରଥମ ସମନ୍ୱିତ ଏୟାର ଡ୍ରପ୍‌ ବା IADT-01ର ସଫଳ ପରୀକ୍ଷଣ । DRDO ୨୩ ଅଗଷ୍ଟ ୨୦୨୫ ଦିନ ପ୍ରାୟ ୧୨:୩୦ ସମୟରେ ଓଡ଼ିଶା ଉପକୂଳରେ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ଓ୍ବେପନ୍ ସିଷ୍ଟମ୍ (IADWS)ର ପ୍ରଥମ ପରୀକ୍ଷଣ ସଫଳତାର ସହ କରିଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ IADWS, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ସଶସ୍ତ୍ର ବାହିନୀର ବିକାଶକାରୀମାନଙ୍କୁ ଉଡ଼ାଣ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ଭାରତକୁ ସେହି କିଛି ବଛା ବଛା ଦେଶଙ୍କ ଶ୍ରେଣୀରେ ସାମିଲ କରିଛି, ଯେଉଁମାନଙ୍କ ପାଖରେ ଆଧୁନିକ, ସ୍ୱଦେଶୀ ଏବଂ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଛି । IADWS ଏକ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯେଉଁଥିରେ ସମ୍ପୂର୍ଣ୍ଣ ସ୍ୱଦେଶୀ କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍, ଆଡଭାନ୍ସଡ୍ ଭେରି ସର୍ଟ ରେଞ୍ଜ୍ ଏୟାର ଡିଫେନ୍ସ ସିଷ୍ଟମ୍ ମିସାଇଲ୍ ଏବଂ ଏକ ଉଚ୍ଚ-ଶକ୍ତି ସମ୍ପନ୍ନ ଲେଜର-ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ସାମିଲ ଅଛି ।