ରାୟଗଡା/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲାରେ ଦେଖାଦେଇଛି ଡାକ୍ତର ସମସ୍ୟା । ବିଶେଷ କରି ରାୟଗଡା ଜିଲ୍ଲାର ଗୁଣପୁର ଉପଖଣ୍ଡର ଡାକ୍ତରଖାନାରେ ଖାଲିପଡିଛି ଡାକ୍ତର ପଦବି ତା ସହିତ ଭେଷଜ ଓ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ,ଗୁମୁଡ଼ା ନ୍ୟୁ ପିଏଚସି ସ୍ଥାପନ,ପୁଟାସିଂ,ରଘୁବାରୀ,ଦିଡିମିରିଗୁଡା,ପାରଶାଳୀରେ ହେଲଥ ବେଲନେସ ସେଣ୍ଟର ସ୍ଥାପନ ଉପରେ ଆଜି ସଚିବାଳୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲା ବିଜେଡି ସଭାପତି ସୁଧିର କୁମାର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଳି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଲିଖିତ ଭାବରେ ଜଣାଇଥିଲେ। ଖୁବ ଶ୍ରୀଘ୍ର ଗୁଣପୁର ହସ୍ପିଟାଲରେ ଡକ୍ତର ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ୱସ୍ଥ୍ୟ ସଚିବ ପ୍ରତିଶୃତି ଦେଇଛନ୍ତି । ଖୁବ ଶୀଘ୍ର ଗୁଣପୁର ହସ୍ପିଟାଲ ରେ ଡାକ୍ତର ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ଵାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।