(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ସ୍ଥିତ ରାଜୀବ ଭବନ ସଭାଗୃହ ଠାରେ ଜିଲ୍ଲାପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମ ରେ ବିଭିନ୍ନ ଉନ୍ନତି ମୂଳକ ଯୋଜନା ବିଷୟରେ ଆଲୋଚନା କରିବା ସହ ଜିଲ୍ଲାର କିପରି ଅଧିକ ବିକାଶ ହୋଇପାରିବ ସେଥିପାଇଁ ଆଲଚନା କରାଯାଇଛି।ଏହି ଜିଲ୍ଲାପରିଷଦ ସାଧାରଣ ବୈଠକ ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି,ଜିଲ୍ଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।