ତିରିଂ ଥାନା ତରଫରୁ ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ

ରାଇରଙ୍ଗପୁର  : ଚଳିତ ବର୍ଷର ପ୍ରବଳ ଶୀତ ପ୍ରବାହ ସ୍ଥାନୀୟ ଇଲାକରା ଜନସାଧାରଣ ଙ୍କ ଜୀବନ ଯାତ୍ରକୁ ବ୍ୟାପକ ରୂପେ ପ୍ରଭାବିତ କରିଛି। ଏହି ଅବସରରେ ତିରିଂ ଥାନା ଅଧିକାରୀ  ଭାସ୍କର ପ୍ରଧାନ ଙ୍କ ଉଦ୍ୟମରେ ସ୍ଥାନୀୟ ଇଲାକାର ଶତାଧିକ ବୃଦ୍ଧ ଓ ବୃଦ୍ଧା ଅସହାୟ ଗରିବ ଲୋକମାନ ଙ୍କୁ ମାଗଣାରେ କମ୍ବଳ ବଣ୍ଟନ କରିବା ଭଳି ମହତ କାର୍ଯ୍ୟ  କରିଛନ୍ତି।

ଏହି  ତିରିଂ ଥାନା ପରିସରରେ ଶତାଧିକ ବୟସ୍କ ଗରିବ ଶ୍ରେଣୀର ଲୋକମାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଯୁକ୍ତ ଉମାଶଙ୍କର ମହାରଣା ଙ୍କ ଦ୍ଵାରା କମ୍ବଳ ବଣ୍ଟନ କରାଯାଇଥିଲା। ଅନେକ ବୁଢ଼ାବୁଢ଼ୀ କମ୍ବଳ ପାଇ ଖୁସିରେ ଘରକୁ ଫେରି ଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ତିରିଂ ଥାନା ଅଧିକାରୀ  ଭାସ୍କର ପ୍ରଧାନ ସୁଚାରୁରୂପେ ତୁଲାଇଥିଲେ।  ଏଥିରେ ଥାନାର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ତିରିଂ ପୁଲିସର ଏଭଳି ଜନହିତକର ଓ ମହତ ଉଦ୍ୟମ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି।  କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ତିରିଂ ଥାନା ଅଧିକାରୀ ଶ୍ରୀ ଭାସ୍କର ପ୍ରଧାନ ଧନ୍ୟବାଦ ଦେଇଛନ୍ତି।