ଚାଲୁଛି ଡାଇନିଂ ଟେବୁଲ

ଡାଇନିଂ ଟେବୁଲରେ ତିଆରି ହୋଇଛି ଗାଡ଼ି । ସହିଥିରେ ଖାଇବା ସେଥିରେ ହିଁ ବୁଲିବା । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା? ଯିଏ ବି ଏହି ଭିଡିଓ ଦେଖୁଛି ସେ ଅବାକ ହୋଇଯାଉଛି । ତେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ କିଏ ଅବା ନ ଜାଣନ୍ତି । ନିଜ କାର୍ଯ୍ୟ ଦକ୍ଷତାକୁ ଛାଡିଲେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ଆନନ୍ଦ । ଆଉ କିଛି ନା କିଛି ଇଣ୍ଟ୍ରେଷ୍ଟିଂ ଭିଡିଓ ତାଙ୍କ ଟ୍ୱିଟର ପେଜରେ ଅପଲୋଡ କରୁଥାନ୍ତି । ତେବେ ଏହି ଭିଡିଓଟିକୁ ମଧ୍ୟ ସେ ହିଁ ପୋଷ୍ଟ କରିଛନ୍ତି । ଭିଡିଓରେ ଥିବା ଗାଡିଟି ଦେଖିବାକୁ ଡାଇନିଂ ଟେବୁଲ ପରି । ସେଥିରେ ୪ ଜଣ ଯୁବକ ବସିଛନ୍ତି ।

ଟେବୁଲ ଉପରେ ସଜାଇ ହୋଇଛି ବିଭିନ୍ନ ଖାଦ୍ୟ ଓ କୋଲଡ୍ରିଂସ୍ । ଆରମରେ ବସି ୪ ସାଙ୍ଗ ଉଠାଉଛନ୍ତି ଏହାର ମଜା । ଏହି ଟେବୁଲରେ ଲାଗିଛି ୪ଟି ଚକା । ଏଥି ସହ ୪ ଟି ଷ୍ଟୁଲ ମଧ୍ୟ ପଡିଛି । ଟେବୁଲକୁ କଣ୍ଟ୍ରୋଲ କରିବା ପାଇଁ ବାଇକ ଷ୍ଟାଇଲରେ ହ୍ୟାଣ୍ଡେଲ ମଧ୍ୟ ରହିଛି । ଏହି ନିଆରା ଢଙ୍ଗରେ ତିଆରି ହୋଇଥିବା ଗାଡିକୁ ଯିଏ ବି ଦେଖୁଛି ସିଏ ଟିକେ ବୁଲିକରି ଚାହୁଁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସେହି ଡାଇନିଂ ଟେବୁଲ ଗାଡିଟିକୁ ସାଙ୍ଗମାନେ ପେଟ୍ରୋଲ ଭରିବା ପାଇଁ ପେଟ୍ରୋଲ ଟ୍ୟାଙ୍କୁ ବି ନେଉଛନ୍ତି ।