ଧାମନଗର: ଆସିଲା ଧାମନଗର ଉପର୍ନିବାଚନ ଫଳାଫଳ । ବିର୍ତ୍ତମାନ ଆରମ୍ଭ ହୋଇସାରିଛି ଭୋଟଗଣତି । ପ୍ରଥମ ରାଉଣ୍ଡରେ ବିଜେପି ୩୯୮୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାଥୀ ରାଜୁ ୪୦୨ ଖଣ୍ଡ ଭୋଟ, କଂଗ୍ରେସ ୧୬୨ ଖଣ୍ଡ ଏବଂ ବିଜେପି ୪୭୪୯ ଖଣ୍ଡ ଭୋଟ ପାଇଁ ୭୬୯ ଖଣ୍ଡ ଭୋଟରେ ଆଗୁଆ ରହିଛି । । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି । ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ଇଭିଏମ ଗଣତି ହେବ ।
କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ । ୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ ।