ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ଅଷ୍ଟମ ପର୍ଯ୍ୟାୟରେ ପହଞ୍ଚିଛି । ଅଷ୍ଟମ ପର୍ଯ୍ୟାୟରେ ବିଜେଡି ୪ ହଜାର ୧୭୪ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ୪ ହଜାର ୯୬୫ ଖଣ୍ଡ ଭୋଟ , କଂଗ୍ରେସ ୧୧୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ୧ ଶହ ୯୪ ଖଣ୍ଡ ଭୋଟ । ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେପି ୭ଶହ ୧୯ ଖଣ୍ଡ ଆଗୁଆ ରହିଛି । । ଧାମନଗର ରେ ଧାଉଁଛି ବିଜେପି,ପଛରେ ବିଜେଡି ଆଗରେ ବିଜେପି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।