ରାୟଗଡା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାକୁ ଚାକିରିରୁ ନିଲମ୍ବିତ କରାଯାଇଛି । ସରକାରୀ ନିୟମ ଅନୁସାରେ, ଜେଲ୍ରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଥିବାରୁ ଶ୍ରୀ ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ନିଲମ୍ବନ ଆଦେଶ ନ ଉଠିବା ଯାଏଁ କୋରାପୁଟ ଆରସିସିଏଫ୍ଙ୍କ ବିନାନୁମତିରେ ସେ ହେଡ୍କ୍ବାର୍ଟର୍ ଛାଡ଼ି ଯାଇପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଗତ ଅଗଷ୍ଟ ୨୪ ତାରିଖରେ ଭିଜିଲାନ୍ସ ତାଙ୍କ ଘର ସମେତ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଡିଏଫଓଙ୍କ ରାୟଗଡ଼ା ବାସଭବନରୁ ୧ ଲକ୍ଷ ୨୪ ହଜାର ୬୦୦ ଟଙ୍କା ସହ ୬୫୦ ଗ୍ରାମ୍ ଅଳଙ୍କାର, ଗୋଟିଏ କାର, ୨ଟି ବାଇକ୍ ସହ ୧୭ ଲକ୍ଷ ୮୭ ହଜାର ଟଙ୍କାର ଘରକରଣା ସାମଗ୍ରୀ ଜବତ ହୋଇଥିଲ।
ଏହାବ୍ୟତୀତ, ଭୁବନେଶ୍ବର, ପୁରୀ, କଟକ ଓ ଯାଜପୁରର ପ୍ରମୁଖ ଅଞ୍ଚ ଅଞ୍ଚଳରେ ତାଙ୍କର ୧୭ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ। ୩ଟି ବଡ଼ ଅଟ୍ଟାଳିବା ମଧ୍ୟ ଠାବ ହୋଇଥିଲା। ଭିଜିଲାନ୍ସର ଆକଳନ ଅନୁଯାୟୀ, ଆୟର ୨୦୬ ଗୁଣା ଅଧିକ ସମ୍ପତ୍ତି ତାଙ୍କ ନିକଟରୁ ଉଦ୍ଧାର ହୋଇଥିଲା। ତେବେ ସେ ଏତେ ସଂପତ୍ତିର ଅଧିକାରୀ କେମିତି ହେଲେ, ହିସାବ ଦେଇ ନପାରିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।