ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଢେଲା ମାଡ

ବିହାର: ଅଗ୍ନିପଥ ଯୋଜନାକୁ ନେଇ ଦେଶ ସାରା ହିଂସା ବ୍ୟାପିବାରେ ଲାଗିଛି। ତେବେ ଏହାକୁ ନେଇ ବିହାରରେ ଆନ୍ଦୋଳନକାରୀ ଛାତ୍ରମାନେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ବାସଭବନ ଉପରକୁ ଢେଲା ପଥର ମାଡ କରିଛନ୍ତି। ସେହିପରି ବିଜେପି ମୁଖ୍ୟ ସଞ୍ଜୟ ଜୟଶ୍ୱାଲଙ୍କ ଘର ଉପରକୁ ମଧ୍ୟ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।