ସ୍ପାଇସଜେଟ ବିମାନରେ ମହିଳା କ୍ୟାବିନ କ୍ରିଉ ମେମ୍ବରଙ୍କୁଦୁର୍ବ୍ୟବହାର କରିବା ଘଟଣାରେ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ
ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ଅବସର ଆଲାମ। ଦିଲ୍ଲୀ ପୋଲିସ ନିକଟରେ ସ୍ପାଇସଜେଟର ସୁରକ୍ଷା ଅଧିକାରୀ ସୁଶାନ୍ତ ଶ୍ରୀବାସ୍ତବ ଏହା ବିଷୟରେ ଅଭିଯୋଗ କରିଥିଲେ । ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାରୁ ଉକ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରୁ ଓହ୍ଲାଇ ଦେଇଥିଲେ ।ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ ।
ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି ।ସୋମବାର ୪.୩୯ରେ ସ୍ପାଇସଜେଟର ଏସଜି-୮୧୩୩ ବିମାନ ଦିଲ୍ଲୀରୁ ହାଇଦ୍ରାବାଦ ଯିବାର ଥିଲା। ଦିଲ୍ଲୀରେ ବୋର୍ଡିଂ ବେଳେ ଜଣେ ଯାତ୍ରୀ ଅତ୍ୟନ୍ତ ଖରାପ ବ୍ୟବହାର କରିବା ସହ ସମସ୍ତଙ୍କୁ ହଇରାଣ କରିଥିଲେ। ଏହା ପରେ କ୍ୟାବିନ କ୍ରୁଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି ।ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନ କ୍ରୁ ଓ ଆଉ କିଛି ଯାତ୍ରୀ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛନ୍ତି ।
କ୍ରିଉ ମେମ୍ବରଙ୍କୁ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ପୋଲିସ କହିଛି ଯେ ଏହି ଘଟଣା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସ୍ପାଇସଜେଟ ସୁରକ୍ଷା ଏବଂ ପିସିଆର୍ କର୍ମଚାରୀ ତାଙ୍କୁ ପୋଲିସ ଥାନାକୁ ନେଇଥିଲେ। ଏହି ଘଟଣା ବିଷୟରେ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ଦ୍ୱାରା ଆଇପସି ଧାରା ୩୫୧ ଏ ଅଧିନରେ ମାମଲା ଦାୟର ହୋଇଥିଲା ।ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଥାନାରେ ଆଇପିସି ଧାରା ୩୫୪-ଏ (ଯୌନ ଉତ୍ପୀଡ଼ନ) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।