ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ରକ !

ନୂଆଦିଲ୍ଲୀ : ନିଜର କେତେ ସମ୍ପତ୍ତି ରହିଛି , ଏଣିକି ସବୁ କାଗଜପତ୍ରରରେ ଲିଙ୍କ ହେବ ଆଧାର କର୍ଡ! ଆଧାରକାର୍ଡ ସହ ବ୍ୟକ୍ତିଙ୍କର ସମ୍ପତ୍ତି ତାଲିକା ଲିଙ୍କ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବଢୁଥିବା ଭ୍ରଷ୍ଟାଚାର, କଳା ଧନ ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ନାଗରିକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଦଲିଲକୁ ଆଧାର ସହ ଯୋଡିବା ଉପରେ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।ସୂଚନା ଆଧାରରେ, ୩ମାସ ମଧ୍ୟରେ ଏହା ଉପରେ ବିଚାର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଆଧାର ସହିତ ସମ୍ପତ୍ତିର ଦଲିଲ ଲିଙ୍କ୍ କରିବା ପାଇଁ ହାଇକୋର୍ଟ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ । ତେଣୁ ୩ମାସ ମଧ୍ୟରେ ଏନେଇ କେନ୍ଦ୍ର ସରକାର ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଣେ ଆଇନଜୀବୀ କହିଛନ୍ତି । ନାଗରିକଙ୍କ ସମ୍ପତ୍ତି ଦଲିଲ ସହ ଆଧାର ଲିଙ୍କ୍ କରାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ।