ହିଟ୍-ୱେଭ୍ ସମୀକ୍ଷା ଶେଷ ହେବା ପରେ ଖରାଛୁଟି ନେଇ ନିଆଯିବ ନିଷ୍ପତ୍ତି

ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ହୋଇଛି ଗଣଶିକ୍ଷା ବିଭାଗ । ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହୋଇଥିବାବେଳେ ଗ୍ରୀଷ୍ମ ଅବକାଶକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ନିଷ୍ପତି । ପିଲାଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ହେଉଥିବ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତି ନିଆଯିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅଧିକ ଗରମ ଅନୁଭୂତ ହେଉଛି । ବିଚାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟ ସ୍ତରରେ ଏସଆରସି ବା SRCଙ୍କ ହିଟ୍-ୱେଭ୍ ସମୀକ୍ଷା ଶେଷ ହେବା ପରେ ହିଁ ଖରାଛୁଟି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Odisha Schools to Run 6:30 AM–10:30 AM Till Summer Vacation - Pragativadi I  Latest Odisha News in English I Breaking News