ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିଜ୍ଞପ୍ତି ସଂଖ୍ୟା- ୩୭୬୪, ତା.୨୦.୦୬.୨୦୨୫ ରିଖ ଅନୁଯାୟୀ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସୁଶ୍ରୀ ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ରାଜ୍ୟ ପ୍ରତ୍ନତତ୍ତ୍ୱର ଅଧୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ୱର କର୍ମଚାରୀ ବୃନ୍ଦ ଅଧୀକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ନୂତନ ଭାବେ ଯୋଗଦାନ କରିଥିବା ଅଧୀକ୍ଷକ ଏକ ବୈଠକର ଆୟୋଜନ କରି ଆଗାମୀ ଦିନରେ ପ୍ରତ୍ନତତ୍ତ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକୁ ଯେପରି ସୁଚାରୁ ରୂପେ ସଂପାଦନ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।