ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ନିଆଁ, ମୃତାହତରୁ ବର୍ତ୍ତିଲେ ଯାତ୍ରୀ

(ରିପୋଟର୍ସ ଟୁଡେ, ଦରଭଙ୍ଗା): ଦରଭଙ୍ଗା-ନୂଆଦିଲ୍ଲୀ ବିହାର ସମ୍ପର୍କକ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ବୁଧବାର ନିଆଁ ଲାଗି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ମିଳିଥିବା ସୁଚନାନୁସାରେ ଟ୍ରେନଟି ୟାର୍ଡରେ ପାର୍କିଂ ହୋଇଥିବା ବେଳେ ରାତି ୮ଟା ସମୟରେ ନିଆଁ ଲାଗିଯାଇଥିଲା । ରାତି ୧୦.୫୫ରେ ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ରେଳ ବିଭାଗ ଜଣାଇଛି । କୋଚକୁ ଟ୍ରେନ ଠାରୁ ଅଲଗା କରାଯାଇ ନିଆଁକୁ ଲିଭାଯାଇଥିଲା ବୋଲି ପୁର୍ବ-ମଧ୍ୟ ରେଲୱେର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କହିଛନ୍ତି । ଏହି ଟ୍ରେନଟି ଗୁରୁବାର ସକାଳ ୮.୨୫ ମିନିଟ ସମୟରେ ଷ୍ଟେସନରୁ ବାହାରିବା ପାଇଁ ଧାର୍ଯ୍ୟ ହୋଇଥିଲା ।