ସାଲେପୁର: ଦୁଇ ବର୍ଷ ହେଲା କୋଭିଡ୍ କଟକଣା ପାଇଁ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀରେ ଲୋକ ଭିଡ଼କୁ ବାରଣ ଥିଲା। ଖାଲି ବିଧି ରକ୍ଷା ପାଇଁ ସୀମିତ ଙ୍କ ମଧ୍ୟରେ ପରମ୍ପରା ରକ୍ଷା କରାଯାଉଥିଲା।ଆଉ ସରକାର ଙ୍କ ପକ୍ଷରୁ ଏ କୋଭିଡ୍ କଟକଣା ଉଠିଲା ପରେ ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାରେ ଲୋକ ମାନଙ୍କ ଶ୍ରଦ୍ଧା ଓ ଭିଡ଼ ପରିଲକ୍ଷିତ ହେଉଛି। କଥାରେ ଅଛି, “ଓଲକଣା ମେଲଣ, ଆଳି ରାଜା ଝୁଲଣ। ଅସୁରେଶ୍ବର ରାମ ନବମୀ, ଶ୍ରୀକ୍ଷେତ୍ରେ ଚନ୍ଦନ।।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଉତ୍ସବ ଚୈତ୍ର ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଦାଣ୍ଡ ଯାତ୍ରା ଉତ୍ସବ ରେ ପ୍ରଭୁ ଶ୍ରୀ ରଘୁନାଥ,ମା’ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ପ୍ରଭୁ ଶ୍ରୀ ରଘୁନାଥ ଦାଣ୍ଡରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଭିଡ଼ରେ ଦାଣ୍ଡ ପ୍ରକମ୍ପିତ ହେଉଥିଲା।ପ୍ରଭୁ ଶ୍ରୀ ରଘୁନାଥ କେଣ୍ଟାଳ ମଲ୍ଲିପୁର ସ୍ଥିତ ମନ୍ଦିର ରୁ ବିଳମ୍ବିତ ରାତିରେ ବାହାରି କୋଇଲୋ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର କୁ ବିଜେ କରିଥିଲେ।
ପ୍ରଭୁଙ୍କ ସାଥିରେ ସୁଆଙ୍ଗୀ ରୂପେ ରାମ, ସୀତା, ଲକ୍ଷ୍ମଣ, ହନୁମାନ, ରାବଣ,କାଳୀ ଓ ରାମାୟଣର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଚରିତ୍ର ମାନେ ଆସିଥିଲେ। ଏହି ଦାଣ୍ଡ ଯାତ୍ରା ସବୁଠୁ ବେଶୀ ଆକର୍ଷଣ ହେଲା “କାଳୀ” ଙ୍କ ଉପସ୍ଥିତି ଓ କାଳୀ ନାଚ। ଯାହାକି ଶ୍ରଦ୍ଧାଳୁ ଙ୍କ ମନରେ ରାମାୟଣର ସେହି ତ୍ରେତୟା ଯୁଗର ପୂରାଣ ବର୍ଣ୍ଣିତ ଘଟଣା ଗୁଡ଼ିକ ର ମନରେ ପୁନଃ ପ୍ରତିପାଦିତ ହୁଏ। ଏହି ଦାଣ୍ଡ ଯାତ୍ରା ଉତ୍ସବ ରେ ଭକ୍ତ ର ମାନସିକ ବାଣ ଫୁଟାଇବା ର ପରମ୍ପରା କାହିଁ କେବେ ଠାରୁ ଚାଲି ଆସୁଥିବା ରୁ ଶ୍ରଦ୍ଧାଳୁ ମାନେ ପ୍ରଭୁ ଙ୍କ ଉଦେଶ୍ୟ ରେ ବାଣ ଫୁଟାଇ ଥାଆନ୍ତି। ଯାହାକି ସମଗ୍ର ଅଂଚଳ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଯେଉଁ ଦାଣ୍ଡ ଯାତ୍ରା କୁ ଆସି ଦାଣ୍ଡରେ ପ୍ରଭୁ ଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥାଏ।
ବ୍ରାହ୍ମ ମୁହୂର୍ତ୍ତରେ ଶ୍ରୀ ରଘୁନାଥ କୋଇଲି ସ୍ଥିତ ଶ୍ରୀ ଦଧିବାମନ ଜୀଉ ଙ୍କ ନିକଟରେ ପହଞ୍ଚିବା ପରେ ସେଠାରେ ନାଗଫାଶ ସୁଆଙ୍ଗୀ ମାଧ୍ୟମରେ ଅଭିନୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପ୍ରସିଦ୍ଧ ଅସୁରେଶ୍ବର ଶ୍ରୀ ରଘୁନାଥ ଙ୍କ ଦାଣ୍ଡ ଯାତ୍ରା ଦେଖିବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମିଥିଲା। ଶାନ୍ତି ଶୃଙ୍ଖଳା କୁ ଲକ୍ଷ କରି ପୋଲିସ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୦ ଜଣ ପୋଲିସ ଅଫିସରଙ୍କୁ ମୃତୟନ କରା ଯାଇଥିଲା।