ଆଣ୍ତାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ଓଡିଶାରେ ବାତ୍ୟା ନେଇ ହୋଇନି ସ୍ପଷ୍ଟ

ଭୁବନେଶ୍ବର : ଆସନ୍ତାକାଲି ଆଣ୍ତାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ୨୦ ତାରିଖ ସୁଦ୍ଧା ଆଣ୍ତାମାନ ସାଗରରେ ଘୂର୍ଣ୍ଣିବଳ ସୃଷ୍ଟି ହେବ, ୨୨ ତାରିଖରେ କେନ୍ଦ୍ରୀ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । କ୍ରମେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧ ରାଜ୍ୟରେ ବର୍ଷା ଆରମ୍ଭ ହେବ ।

 ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ସମ୍ଭାବ୍ୟ ବର୍ଷାକୁ ନେଇ ୧୬ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ କରିଛନ୍ତି । ସେହିପରି ଆଜି ଘଡଘଡ଼ି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।