(ଆଦର୍ଶ ରାଉତ) : ଆଗରୁ ଭୁବନେଶ୍ୱରରେ ବ୍ୟବସାୟ କରିବାର ନିଶାରେ ବ୍ୟବସାୟୀମାନେ ସୁରକ୍ଷିତ ଜାଗା ଭାବି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରଦେଇ ଭୁବନେଶ୍ୱରକୁ ସୁନା ଆଣି ଧରାପଡିଛନ୍ତି । ଆଜି ପୁଣି ଧରା ହେଇଛି ୬୯୦.୫୫୦ଗ୍ରାମର ସୁନା ଯାହାର ଆନୁମାନିକ ମୂଲ୍ୟ ୨୧,୮୯,୦୪୩ ଟଙ୍କା ।
ଚେନ୍ନାଇର ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଛି । ସେ ଏୟାର ଏସିଆର ଇକେ-୩୧ ବିମାନରେ କ୍ୱାଲାଲମ୍ପପୁରରୁ ଆସୁଥିଲେ । ଯାଞ୍ଚ ବେଳେ ତାଙ୍କ ଟ୍ରଲି ବ୍ୟାଗ୍ରୁ ଏହି ସୁନା ଜବତ ହୋଇଛି । ଗତ ମାସ ଅଗଷ୍ଟ ୩୧ ତାରିଖରେ ମଧ୍ୟ ୩୪୦ ଗ୍ରାମର ସୁନା ଜବତ କରିଥିଲା କଷ୍ଟମ୍ସର ଗୁଇନ୍ଦା ବିଭାଗ ।