କର୍ଣ୍ଣାଟକରେ ଲାଗୁ ହେଲା କଟକଣା

କ୍ରମାଗତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବରେ ଲାଗିଛି ।

(କର୍ଣ୍ଣାଟକ) : କ୍ରମାଗତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ଲଗାଇବା ଆରମ୍ଭ କଲେଣି। ଏହିକ୍ରମରେ କର୍ଣ୍ଣାଟକରେ ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି କଟକଣା। ଗତ ୨୪ରେ ୫୨୫ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର ମାସ୍କ ପିନ୍ଧିବା ନିୟମକୁ ପୁଣିଥରେ ବାଧ୍ୟତାମୂଳକ କରିଛନ୍ତି ।

ଏହା ମଧ୍ୟରୁ କେବଳ ବାଙ୍ଗାଲୁରୁରୁ ୪୯୪ ଜଣ ଆକ୍ରାନ୍ତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୧୭୭କୁ ବୃଦ୍ଧି ପାଇଛି। ବାଙ୍ଗାଲୁରୁରେ ଏହି ସଂଖ୍ୟା ୩୦୬୧ ରହିଛି। ରାଜ୍ୟର ପଜିଟିଭିଟି ରେଟ ୨.୩୧କୁ ବଢ଼ିଛି। ୨୪ ଘଣ୍ଟାରେ କରୋନା ଯୋଗୁ କେହି ପ୍ରାଣ ହରାଇ ନଥିବା ବେଳେ ୨୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସର୍ବସାଧାରଣ ସ୍ଥାନଗୁଡ଼ିକରେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ରେଷ୍ଟୁରାଣ୍ଟ ଓ ଦୋକାନୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ଦୋକାନୀ ଓ ରେଷ୍ଟୁରାଣ୍ଟର କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ ଦେବା ବେଳେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ସେହିପରି ଗ୍ରାହକମାନଙ୍କୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ସେବା ଯୋଗାଇ ଦେବାର ବ୍ୟବସ୍ଥା କରିବେ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।