ରାଜଧାନୀକୁ ଡ୍ରୋନ ମାଧ୍ୟମରେ ସାନିଟାଇଜ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ଭାଇରସ ପାଇଁ ସାରା ରାଜ୍ୟ ଲକଡାଉନ ରହିଛି । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବିଶୋଦ୍ଧନ ପାଇଁ ବିଏମସି ପକ୍ଷରୁ ସହରକୁ ସାନିଟାଇଜ କରାଯାଇଛି । ଆଜିଠାରୁ ରାଜଧାନୀରେ ୩ଟି ଡ୍ରୋନ ମାଧ୍ୟମରେ ପରିକ୍ଷାମୂଳକ ଭାବେ ସାନିଟାଇଜ ସୀଚଂନ କରାଯାଇଛି । ଏହା ମଧ୍ୟ ଆଗାମୀ ଦିନରେ ଜାରୀ ରହିବ । ଆଜି ରାଜମହଲ ଛକଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଷୋଧନ ସିଚଂନ କରାଯାଇଛି । ଅନ୍ୟପଟେ ସିଚଂନ ସମୟରେ ଲୋକମାନେ ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।