ଭୁବନେଶ୍ୱର : ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ୍ । ବୁଧବାର ଅଣ-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୮୮୪.୫୦ ଟଙ୍କାରୁ ଏବେ ୮୯୯.୫୦ ଟଙ୍କା ମହଙ୍ଗା ହୋଇଛି । ପାଟନାରେ ମଧ୍ୟ ଏଲପିଜି ସିଲିଣ୍ଡର ୧୦୦୦ ଅଙ୍କରୁ ମାତ୍ର ଦୁଇ ଅଙ୍କ କମ୍ ରହିଛି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦର ଦର । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି । ଏହା ପୂର୍ବରୁ ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା ।