ବୁଦ୍ଧାଦିତ୍ୟଙ୍କ ପୋଷ୍ଟକୁ ନେଇ ତେଜିଛି ବିବାଦ;୨୪ ଘଣ୍ଟା ଭିତରେ କ୍ଷମା ନମାଗନ୍ତି, ରାଜରାସ୍ତାକୁ ଓହ୍ଲାଇବ ଯୁବ କଂଗ୍ରେସ

ଭୁବନେଶ୍ୱର; ବୁଦ୍ଧାଦିତ୍ୟଙ୍କୁ ନେଇ ଲାଗିଛି ବିବାଦ । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟକୁ ନେଇ ତେଜିଛି କଂଗ୍ରେସ । ଯଦି ୨୪ ଘଣ୍ଟା ଭିତରେ ବୁଦ୍ଧାଦିତ୍ୟ କ୍ଷମା ନମାଗନ୍ତି, ତାହେଲେ ରାଜରାସ୍ତାକୁ ଓହ୍ଲାଇବ ଯୁବ କଂଗ୍ରେସ । ତେବେ ଯୁବ କଂଗ୍ରେସ ଚେତାବନୀ ଦେଇ କହିଛି ଯେ, କ୍ଷମା ନମାଗିଲେ କାଳିମାଡ ସହ ଅଣ୍ଡାମାଡ କରାଯିବ । ଯେଉଁଠି ସୁଟିଂ କରିବେ ସେଠାରେ ବିରୋଧ ଓ ପ୍ରତିବାଦ କରିବ ଯୁବ କଂଗ୍ରେସ । ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେଲେ କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ଯୁବ ନେତା ସୁଦୀପ ସାମଲ ।