ବ୍ୟୁରୋ-: ଉଭୟ ଗୃହରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ବିଲ୍ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା, ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହେବ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ହେଲେ ଏବେ ବି ହାର୍ ମାନି ନାହାନ୍ତି ବିରୋଧୀ । ଖୁବଶୀଘ୍ର ଓ୍ବାକଫ୍ ବିଲ୍ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ ହେବ । ଏନେଇ କଂଗ୍ରେସ ଆଜି ଘୋଷଣା କରିଛି । ଖୁବଶୀଘ୍ର କଂଗ୍ରେସ ୱାକଫ (ସଂଶୋଧନ) ବିଲ୍, ୨୦୨୫ ର ସାମ୍ବିଧାନିକତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ।
କଂଗ୍ରେସ ସାଂସଦ ମହମ୍ମଦ ଜାଓ୍ବେଦଙ୍କ ସହିତ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓ୍ବାକଫ୍ ବିଲ୍ର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାୟର କରିଛନ୍ତି । ଉଭୟ ନେତା ଅଭିଯୋଗ କରିଛନ୍ତି ଯେ, ଓ୍ବାକଫ ବିଲରେ ପ୍ରସ୍ତାବିତ ସଂଶୋଧନ ମୁସଲିମମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ଉଲ୍ଲଂଘନ କରୁଛି ଏବଂ ଇସଲାମୀୟ ଧାର୍ମିକ ସମ୍ପତ୍ତିଗୁଡ଼ିକ ଉପରେ ସରକାର ପକ୍ଷପାତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ବିଲ୍କୁ ସମୀକ୍ଷା କରିଥିବା ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ଜାଓ୍ବେଦ କହିଛନ୍ତି ଯେ, ବିଲ୍ରେ ହୋଇଥିବା ସଂଶୋଧନ ସମ୍ବିଧାନର ଧାରା ୧୪, ୨୫, ୨୬, ୨୯ ଏବଂ ୩୦୦ଏ’କୁ ଉଲ୍ଲଂଘନ କରୁଛି । ସଂସଦର ଉଭୟ ଗୃହରେ ବିଲ୍ ପାରିତ ହେବା ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି । ଏହା ପୂର୍ବରୁ ଦୁଇ ନେତା ଆଡଭୋକେଟ ଅନସ ତନଓ୍ବିରଙ୍କ ଜରିଆରେ ପିଟିସନ ଦାୟର କରିଛନ୍ତି ।