ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ । ସେ କହିଛନ୍ତି ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ । ଆମେ ଲୋକଙ୍କ ଦଳ। ଭକ୍ତ ଦାସ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଆଦିବାସୀ । ସେଠି ଆଦିବାସୀଙ୍କୁ ଗୁରତ୍ବ ଦିଆଯାଇଛି । କାହା ସହିତ କଂଗ୍ରେସ କମ୍ପ୍ରମାଇଜ କରିବ ନାହିଁ ।
ତାରା ଆହୁରି କହିଛନ୍ତି, ଆଦିବାସୀମାନେ ବିକ୍ରି ହୋଇଥିବା ଲୋକଙ୍କୁ ଘୃଣା କରନ୍ତି । ତେଣୁ ଅନୁକମ୍ପା ଆଉ କାମ ଦେବନି ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି । ଏଆଇସିସିର ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ପ୍ରଚାର କରିବେ । ସେହିପରି ବିଜେଡିକୁ ଟାର୍ଗେଟ୍ କରି ତାରା କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସହ ଲୋକ ଆଉ ନାହାନ୍ତି । ଲୋକ ନବୀନଙ୍କ ସହ ଥିଲେ ତାଙ୍କ ପ୍ରାର୍ଥୀ ବିଜେପିକୁ ଯାଇ ନ ଥାନ୍ତେ । ବିଜେଡିକୁ ପ୍ରାର୍ଥୀ ମିଳୁ ନାହାନ୍ତି, ବାହାର ଦଳର ଆମଦାନୀ କରିବାକୁ ବସିଲେଣି ।