ବରୀ : ସର୍ବ ପୁରାତନ ବିଦ୍ୟାଳୟ କୃପାସିନ୍ଧୁ ବିଦ୍ୟା ଭବନରେ ୭୩ ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଆଜିର ପବିତ୍ର ଦିନରେ ଏନ ସି ସି ର କର୍ଣଲ ଉମେଶ ମାରୱାର୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ କଟକଣା ଯୋଗୁଁ ପ୍ୟାରେଟ ଉତ୍ସବକୁ ବାତିଲ କରାଯିବା ସହ କେବଳ ଏନ ସି ସି ଛାତ୍ର ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।
ପୁରାତନ ଛାତ୍ର ସଂସଦ ପକ୍ଷରୁ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଛାତ୍ର ପ୍ରଣବ କୁମାର ସାହୁଙ୍କୁ ମୁଖ୍ୟଅତିଥି କର୍ଣଲ ଉମେଶ ମାରୱାର୍ ମାନ ପତ୍ର ସହ୨୫୦୦ ଟଙ୍କା ଦେଇ ପୁରସ୍କାର କରିଥିଲେ। ପରେ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀ ମାଟି ବରୀ ମାଟି ରତଳାଙ୍ଗ ପଞ୍ଚାୟତର ବାମଦେବ ସାମଲ ଯିଏ କି ୫ ବର୍ଷ ୫ ମାସ ଭାରତୀୟ ସେନାବାହିନୀରେ କାର୍ୟ୍ୟ କରି ୧୯୯୨ ମସିହାରେ ସହିଦ ହୋଇଥିଲେ ସେହିପରି ଇଶାଣପୁର୍ ପଞ୍ଚାୟତର ମନୋଜ କୁମାର କର ଦୁଇଜଣ ବୀର ଯବାନ ଦେଶ ମାତୃକା ପାଇଁ ନିଜକୁ ବଳିଦାନ ଦେଇଥିବା ରୁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କଟକ ରୁ ଆସିଥିବା କର୍ଣ୍ଣଲ ଉମେଶ ମାରୱାର୍ ଙ୍କ ନେତୃତ୍ୱରେ ଆସିଥିବା ଏକ ଟିମ୍ ଉଭୟ ପରିବାରଙ୍କ ଗ୍ରାମକୁ ଯାଇ ତାଙ୍କ ମାତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଉଭୟ ପରିବାରକୁ ଭେଟିବା ସମୟରେ ଏକ ଭାବ ବିହୋଳ ପରିବେଶ ସୃଷ୍ଟି ହୋଇଥିଲା ଭାରତ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଭୟ ଗ୍ରାମବାସୀ ମାନେ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ୟ୍ୟକ୍ରମକୁ ଏନ ସି ସି ଶିକ୍ଷକ ଜ୍ୟୋତିରଂଜନ ସାହୁ ଶିବପ୍ରସାଦ ଜେନା ପରିଚାଳନା କରିଥିଲେ।