ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର:- ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ମିଳି ପାରୁନି । ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା କମିଶନରେଟ୍ ପୋଲିସ । ମୃତକଙ୍କ ବିବରଣୀ ଦେଇ ଏକ୍ସ ହାଣ୍ଡଲ୍ ରେ ପୋଷ୍ଟ କଲେ ଡିସିପି । ମୃତଦେହ ଫୋଟ ସହ ପିନ୍ଧିଥିବା ଘଣ୍ଟା ଓ ପାଖରେ ଥିବା ଜିନିଷପତ୍ରର ଫୋଟ କଲେ ସାର୍ବଜନୀନ । ମୃତ ଯୁବକଙ୍କ ପରିଚୟ ସମ୍ବନ୍ଧରେ ଜଣାଇବା ପାଇଁ ୮୨୮୦୩୩୮୩୦୨ ହ୍ୱାଟସ୍ ଅପ୍ ନମ୍ବରରେ ଯୋଗାଯୋଗ ପାଇଁ କଲେ ଅପିଲ । ତେବେ ଯୁବକଙ୍କୁ ଚାରି ରୁ ପାଞ୍ଚଦିନ ତଳେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଇଛି ।