(ପ୍ରିୟଦର୍ଶନୀ ସ୍ୱାଇଁ): ଫେରିବେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ । ନାଇଜେରିଆ ଅପହର୍ତ୍ତୀ କବଳରୁ ମୁକୁଳିଥିବା ୫ଜଣ ଭାରତୀୟ ନାବିକ ସହ ସେ ଫେରୁଛନ୍ତି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ । ଦୀର୍ଘ ଦୁଇମାସ ଧରି ଅପହର୍ତ୍ତାଙ୍କ କବଳରେ ରହିଥିଲେ । ସେମାନଙ୍କ ଫେରିବା ଖବର ସମସ୍ତଙ୍କ ମୁହଁରେ ହସଫୁଟାଇ ଦେଇଛି ।
ସୂଚନା ଅନୁଯାୟୀ ,୨୦୧୯ ଏପ୍ରିଲ ୧୯ରେ ୫ଜଣ ଭାରତୀୟ ନାବୀକଙ୍କୁ ବୋନି ଦ୍ୱୀପରେ ନାଇଜେରିଆ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ । ଓଡ଼ିଆ ନାବିକ ସୁଦୀପଙ୍କ ଘର ବ୍ରହ୍ମପୁରରେ । ମର୍ଚାଣ୍ଟ ନେଭିରେ ଥାର୍ଡ ଅଫିସର ଭାବରେ କାର୍ୟ୍ରତ ଅଛନ୍ତି । ସୁଦୀପଙ୍କ ମୁକ୍ତି ଖବର ପାଇ ପରିବାର ଓ ଆତ୍ମୀୟ ଖୁସି ପ୍ରକାଶ କରିଛନ୍ତି ।