ଢେଙ୍କାନାଳ: ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି । ଏ ଘଟଣା ଘଟିଛି ଢେଙ୍କନାଳ ଆଇନ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟର ଉତ୍ତମ ରାଉତ ନାମକ ଜଣେ କିରାଣୀ ଲ’ ସାର୍ଟିଫିକେଟ କରାଇ ଦେବା ନାହଁରେ ନେଉଥିଲା ଟଙ୍କା ।
ମାସୁଦ ହୁସେନ ନାମକ ଯୁବକଙ୍କ ଠାରୁ ଉତ୍ତମ ୮ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆଇନ ମହାବିଦ୍ୟାଳୟ ସମେତ କିରାଣି ଉତ୍ତମ ରାଉତଙ୍କ ଢେଙ୍କାନାଳ କାଲଟାକ୍ସ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।
