ସନ୍ଧ୍ୟାରେ CMଙ୍କ ସମ୍ବୋଧନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସନ୍ଧ୍ୟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫.୩୦ ଭର୍ଚୁଆଲ ମୋଡରେ କ୍ୟାବିନେଟ ବୈଠକ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଭିହିଓ ବାର୍ତ୍ତା ଜରିଆରେ ସେ ରାଜ୍ୟବାସୀଙ୍କୁ ଟିପ୍ପଣୀ ଦେଇ ପାରନ୍ତି । ତେବେ କେଉଁ ବିଷୟରେ ସେ ସମ୍ବୋଧନ କରିବେ ସେ ନେଇ କୌଣସି ସ୍ପଷ୍ଟ ହୋଇ ନଥିବା ବେଳେ ଏଥିପ୍ରତି ସମସ୍ତଙ୍କ ନଜର ରହିଛି ।
ରାଜ୍ୟରେ ଆଜି ପ୍ରଥମ କରି ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପାଇଁ ମଧ୍ୟ ଏହାର ଚିନ୍ତାର କାରଣ ହୋଇପାରେ । ତେଣୁ ମୁଖ୍ୟମନ୍ତ୍ରୀ ଏନେଇ କିଛି ଉଦବୋଧନ ଦେଇ ପାରନ୍ତି ବୋଲି କୁହାଯାଉଛି ।