ପୁରୀ: ଆସନ୍ତାକାଲି ଚିତଉ ଅମାବାସ୍ୟା । ଶ୍ରାବଣ ମାସର ତିଥିରେ ଗଣପର୍ବ ଚିତାଲାଗି ଅମାବାସ୍ୟା ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କର ଚିତାଲାଗି କରନ୍ତି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି ଅମାବାସ୍ୟା ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଦଇତାପତି ସେବାୟତ ଓ ପତିମହାପାତ୍ର ସେବାୟତ ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକ୍ୟର ଦୁର୍ମୁଲ୍ୟ ଚିତା ପରିଧାନ କରାଇବେ । ତେବେ ଆସନ୍ତାକାଲି ଚିତଉ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତାଲାଗି କରାଇବେ ।