ଗତ ୨୪ ଘଣ୍ଟାରେ ବେଜିଂରୁ ୫୩ ଓମିକ୍ରନ୍ ଚିହ୍ନଟ

ଗତ ଏକ ମାସ ଧରି ଚୀନ୍‌ର ସାଂଘାଇ ସହରରେ କର୍ଫ୍ୟୁ ଭଳି ପରିସ୍ଥିତି ଲାଗି ରହିଛି ।

(ଦିଲ୍ଲୀ) : ଗତ ଏକ ମାସ ଧରି ଚୀନ୍‌ର ସାଂଘାଇ ସହରରେ କର୍ଫ୍ୟୁ ଭଳି ପରିସ୍ଥିତି ଲାଗି ରହିଛି । ବର୍ତ୍ତମାନ ଚୀନ୍ ରାଜଧାନୀ ବେଜିଂରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି ।

ଗତ ୨୪ ଘଣ୍ଟାରେ ବେଜିଂରୁ ୫୩ ଓମିକ୍ରନ୍ ଚିହ୍ନଟ ହୋଇଛି । ଏଠାରେ ପ୍ରାୟ ସମସ୍ତ ସେବା ବନ୍ଦ କରା ଯାଇଛି । ଯେଉଁଥିରେ ସହରରେ କରୋନା ରୋଗୀଙ୍କ ସଂଖ୍ୟା ୫ ଶହ ରୁ ଅଧିକ ହୋଇଯାଇଥିଲା । ଏକ ମାସରୁ ଅଧିକ ସମୟ ଧରି ସାଂଘାଇ ବନ୍ଦ ରହିଛି ।

ସୂଚନାନୁଯାୟୀ , ପୂର୍ବରୁ ଏଠାରେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ବନ୍ଦ କରାଯାଇଥିଲା । ଆଉ ବର୍ତ୍ତମାନ ଏହାକୁ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି । ଏଥି ସହିତ ଅନେକ ମେଟ୍ରୋ ଷ୍ଟେସନ୍, ରେଷ୍ଟୁରାଣ୍ଟ ଏବଂ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।