ନୂଆଦିଲ୍ଲୀ: ରାଜୀବ କୁମାରଙ୍କୁ ‘ଜେଡ୍’ ସୁରକ୍ଷା । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଏବେଠାରୁ ଜେଡ୍ କାଟାଗୋରୀ ସୁରକ୍ଷା ମିଳିବ । କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଗୃହମନ୍ତ୍ରଣାଳୟର ସୂତ୍ର ସୂଚନା ମୁତାବକ ଇଣ୍ଟେଲିଜେନ୍ସ ବ୍ୟୁରୋ ବା ଆଇବି ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ହେଲେ ଆଇବି କେଉଁ ଆଧାରରେ ଆଶଂକା କରିଛି ତାହା ଉପରେ ଗଣମାଧ୍ୟମକୁ ବିସ୍ତୁତ ଭାବେ ସୂଚନା ଦିଆଯାଇନାହିଁ ।
ଜେଡ୍ କାଟାଗୋରୀ ସୁରକ୍ଷା ପୋଟୋକଲ ମୁତାବକ ରାଜୀବ କୁମାରଙ୍କ ସୁରକ୍ଷା ପାଇଁ ସିଆରପିଏଫ କମାଣ୍ଡୋ ସମେତ ମୋଟ ୩୩ ସୁରକ୍ଷା କର୍ମୀ ନିୟୋଜିତ ହେବେ । ଏଥିରେ ରାଜୀବ କୁମାରଙ୍କ ବାସଭବନ ନିକଟରେ ୧୦ ଜଣ ସଶସ୍ତ୍ର ସୁରକ୍ଷା କର୍ମୀ ୨୪ ଘଂଟିଆ ସୁରକ୍ଷା ପ୍ରଦାନ କରିବେ ।