ବଦଳିଲା ଦିଲ୍ଲୀ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନର ନାଁ

ନୂଆଦିଲ୍ଲୀ: ବଦଳିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ । ବର୍ତ୍ତମାନ ଏହା ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ୟ୍ୟ ପାଇଁ ବହୁତ ପ୍ରସିଦ୍ଧ। ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ୟ୍ୟଟକ ଆସନ୍ତି। ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟୁଲିପ ବଲ୍ବ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି। ୧୫ ଏକରରୁ ଅଧିକ ଜମିରେ ତିଆରି ହୋଇଥିବା ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା। ଏକ ପ୍ରବାଦ ଅଛି ଯେ ମୋଗଲ ଗାର୍ଡେନ ହେଉଛି ଦେଶର ରାଷ୍ଟ୍ରପତି ଭବନର ଆତ୍ମା। ମୋଗଲ ଗାର୍ଡେନର ଏକ ଅଂଶ ସ୍ୱତନ୍ତ୍ର କିସମର ଗୋଲାପ ପାଇଁ ଜଣାଶୁଣା।