ରାୟଗଡା / ବିଷମ କଟକ (ମନୋଜ କୁମର ସାହୁ / ରବିନ୍ଦ୍ର କୁମାର ସାହୁ ) : ରାୟଗଡାରେ ଉଦଘାଟିତ ହେଲା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା । ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦ ଅଧ୍ୟକ୍ଷା ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜିଲ୍ଳାର କଳା ଓ ସଂସ୍କୃତିର ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା । ଏହି ମେଳା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ମଝିଘରିଆଣୀ ମନ୍ଦିରରୁ ମାଙ୍କ ଆଜ୍ଞାମାଳ ଧରି ବିରାଟ ଶୋଭାଯାତ୍ରା ବାହାରି, ସାରା ସହର ପରିକ୍ରମା କରି ରାସ୍ତା ତମାମ ଆଦିବାସି ସଂସ୍କୃତି ନାଚ ସଙ୍ଗୀତ ପରିବେଷଣ କରି ଗୋବିନ୍ଦ ଚନ୍ଦ୍ର ଦେବ ବିଦ୍ୟାଳୟ ପଡିଆରେ ପହଞ୍ଚି ଥିଲେ।
ସେଠାରେ ଆୟୋଜିତ ଏକ ସଭାରେ ମଞ୍ଚ ହେଇଥିଲେ ଆଦିବାସୀ କଲ୍ୟାଣ , ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହି ଚଇତାଳି ପୁସ୍ତକ ଉନ୍ମୋଚିତ କରିଛନ୍ତି । ପଲ୍ଲୀଶ୍ରୀ ମେଳାର 300ରୁ ଉର୍ଦ୍ଧ୍ବ ଷ୍ଟଲ ପରିଦର୍ଶନ କରିଥିଲେ।