କରୋନା କଟକଣା ଭିତରେ କୁମାର ପୂର୍ଣ୍ଣମୀ ପାଳନ

(ଜୟନ୍ତ କୁମାର ସେଠୀ / ପୁରୀ): କୁମାର ପୂର୍ଣ୍ଣମୀ ପାଇଁ ଗାଁ ଠାରୁ ସହର ସବୁ ଆଡେ ଚଳଚଂଚଳ ଥିଲାବେଳେ କରୋନା କଟକଣା ଭିତରେ ଫିକା ପଡ଼ିଲା। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପର୍ବପର୍ବାଣୀ ଠାରୁ ମେଳନ ଯାତ ପର୍ୟ୍ୟନ୍ତ ସବୁ ଫିକା ପଡ଼ିଥିଲା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା, ସାନିଟାଇଜର ଓ ସୋସିଆଲ ଡିଷ୍ଟାଣ୍ଡ ମେଣ୍ଟେନ କରି ପାଳନ କଲେ କୁମାର ପୂର୍ଣ୍ଣିମା। କୁମାରୀ କନ୍ୟା ମାନେ କେତେ ଆଶା ଓ ସ୍ଵପ୍ନ ନେଇ ଚାହିଁ ରହିଥାନ୍ତି ଆଜିର ଦିନଟିକୁ । ଆଶା ଜିବନରେ ଭଲ ଜିବନ ସାଥୀ ଟିଏ ପାଇବେ, ସେଥିପାଇଁ ଭୋରୁ ନିତ୍ୟକର୍ମ ସାରି ସୂର୍ୟ୍ୟଦେବତାଙ୍କ ନିକଟରେ ଆଜୁଂଳି ଟେକିବା ସହିତ ସଂଧ୍ୟା ସମୟରେ ଚନ୍ଦ୍ର ପୂଜା କରିଥାନ୍ତି କୁମାରୀ ମାନେ । ଏଭଳି ପରଂପରା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ପାଟେଳିଆ ଗ୍ରାମରେ ।
କାହିଁ କେଉଁ ପୁରାତନ କାଳରୁ ରହିଅ।ସିଛି ଏହି ପରଂପରା ଅ।ଜିର ଦିନରେ ବିଶେଷକରି କୁମାରୀ ମାନେ ପରଂପରାନୁସାରେ ପାଳନ କରିଥାନ୍ତି କୁମର ପୂର୍ଣ୍ଣମୀ । ବିଶ୍ଵାସ କାର୍ତିକଙ୍କ ଭଳି ସନ୍ଦର,ଗୁଣବାନ,ବଳବାନ ଜିବନ ସାଥୀଟିଏ ପାଇ ପାରିବେ ଏହି ପୂଜା କରିବା ଦ୍ଵାରା । ଏଥିପାଇଁ ମାସକ ପୂର୍ବରୁ କେହି କେହି ଏହି ବ୍ରତ ପାଳନ କରୁଥିବା ବେଳେ କେହି କେହି ଦୁର୍ଗାପୂଜା ଦିନ ଠାରୁ ଏହି ପାଲନ କରିଥାନ୍ତି ।
ରାତିରେ କୁମାରୀ ମାନେ ଗିତ ଗାଇ ବିଭିନ୍ନ ଖେଳକୁଦ କରିବା ସହିତ ପାରମ୍ପରିକ ବିବାହ ଅନୁସାରେ ଝିଅ ଝିଅ ଭିତରେ ମିଛି ମିଛିକା ବରକୁ ରୋଷଣୀ କରି ବିବାହ କରିଥାନ୍ତି। ଗ୍ରାମର ସମସ୍ତ ଲୋକମାନେ ଏଥିରେ ସାମିଲ ହୋଇଥାନ୍ତି।
ବିଶେଷକରି ଆଜିର ଦିନରେ କୁମାରୀ ମାନେ ଭୋରୁ ଉଠି ନିଜର ନିତ୍ୟକର୍ମସାରି ନୂଆ ଲୁଗା ପରିଧାନ କରି ଏକାଠି ହୋଇଥାନ୍ତି ତୁଳସୀ ଚଉରା ମୂଳରେ । ଏଠାରେ ସୂର୍ୟ୍ୟ,କାତ୍ତିକଙ୍କ ଉଦ୍ଦେଶ୍ୟରେ ପୂଜା ଆରାଧନା କରି ସୁଖ,ସୈ।ଭାଗ୍ୟ ,ଧନ, କାମନା କରିଥାନ୍ତି । ଆଜୁଂଳାରେ ସାତ ପ୍ରକାର ଫଳ ଧରି ସୂର୍ୟ୍ୟଙ୍କୁ ଅର୍ପଣ କରାଯାଇଥାଏ । ଦିନ ତମାମ ନିର୍ଜଳ ଉପବାସ ରହିଥାନ୍ତି ଏମାନେ ।
ଦିନରେ କୁମାରୀ ମାନେ ବିଭିନ୍ନ ଖେଳକୁଦରେ ସମୟ ଅତିବାହିତ କରି ପୁଣି ସଂଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଏକାଠି ହୋଇଥାନ୍ତି । ଚଉରାର ଚାରିପାର୍ଶ୍ବକୁ ସୁସଜ୍ଜିତ କରିବା ପରେ ନଡିଅ।, କଦଳୀ, ଖଇ,କ୍ଷୀର,କାକୁଡି,ମହୁ,ସେଓ,ଚିନି ଆଦିରେ ପ୍ରସ୍ତୁତ କରାଯାଇଥାଏ ଚାନ୍ଦ ଭୋଗ ।ଏହାକୁ ପ୍ରଥମେ ଚଉରା ଓ ଚନ୍ଦ୍ରଙ୍କୁ ଅର୍ପଣ କରିଥାନ୍ତି କୁମାରୀ ମାନେ । ଏହାପରେ ରୀତିନୀତି ନୁସାରେ ଘରେ କବାଟ କଣରେ ରହି ଏହି ଚାନ୍ଦ ଭୋଗକୁ ସେବନ କରିଥାନ୍ତି । ଆଶା ଜୀବନରେ ଭଲ ଜିବନ ସାଥୀ ଟିଏ ପାଇବା ପାଇଁ ।
ଆଜିର ଦିନଟିକୁ କୁମାରୀ ମାନେ ଘରେ ଘରେ ପାଳନ କରିଥାନ୍ତି ।କୁମାରୀ ଝିଅ ମାନେ ସେମାନଙ୍କର ମନଲାଖୀ ଜୀବନ ସାଥୀଟିଏ ପାଇବା ପାଇଁ ଚନ୍ଦ୍ର ଦେବତାଙ୍କୁ ପୂଜା କରିଥାନ୍ତି । ବିଶେଷକରି କାତ୍ତିକଙ୍କ ଭଳି ରୂପବାନ, ଗୁଣବାନ,ଓ ବଳବାନ ଜୀବନ ସାଥୀଟିଏ କୁମାରୀ ମାନଙ୍କୁ ମିଳିବ ପାରିବ ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୁଦ୍ଧିଜିବୀ ମତ ପ୍ରକାଶ କରନ୍ତି ।