ଝାରସୁଗୁଡା: ସିଡିପିଓ ଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡାର ସିଡିପିଓ ସରୋଜିନ ଏକ୍କାଙ୍କୁ ବନ୍ଧିଲା ଭିଜିଲାନ୍ସ । ଗତ ଚାରି ମାସର ଛତୁଆ ବିଲ ପାସ କରି ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ନେଉ ଥିଲେ ୪୦ ହଜାର ଟଙ୍କା । ସେହି ସମୟରେ ମଡିବସିଲେ ଭିଜିଲାନ୍ସ ଅଧିକାରୀ ।
ସୂଚନା ଅନୁଯାୟୀ, ଝାରସୁଗୁଡା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୪ ମାସର ଛତୁଆ ବିଲ ରିଲିଜ କରିବା ପାଇଁ ସିଡିପିଓ ୪୦ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଭିଜିଲାନ୍ସକୁ ଜଣାଯାଇଥିଲା। ଆଜି ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ସିଡିପିଓ ସରୋଜିନ ଏକ୍କା ୪୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଛି ଭିଜିଲାନ୍ସ। ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ସମସ୍ତ ଲାଞ୍ଚ ଅର୍ଥ ଜବତ କରିବା ସହିତ ସରୋଜିନୀ ଏକ୍କାଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି । ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି।