CBSE ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: CBSE ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ । ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ । ଅଚାନକ ଯାଞ୍ଚ, ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା । ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ CBSEର କଠୋର ଆଭିମୁଖ୍ୟ । ଆଫିଲେଟେଡ୍‌ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ପରାମର୍ଶ । ବୋର୍ଡ ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ୭୫ ପ୍ରତିଶତ ଉପସ୍ଥାନ ଥିଲେ ହିଁ ପରୀକ୍ଷା ପାଇଁ ଯୋଗ୍ୟ ହେବେ । ସମସ୍ତ CBSE ଅନୁବନ୍ଧିତ ସ୍କୁଲ ପ୍ରିନ୍ସିପାଲମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଆଗକୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଯେଉଁମାନେ ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେବେ କେବଳ ସେହିମାନଙ୍କ ପାଖକୁ ଆଡମିଟ୍‌ କାର୍ଡ ପଠାଯିବ ।