ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୁଅକୁ ପଛରେ ପକାଇଲେ ଝିଅ । କାରଣ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଝିଅ ମାନେ ଭଲ ନମ୍ବରେ ରଖିଛନ୍ତି । ତେବେ ଦ୍ୱାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ । ଗତବର୍ଷ ତୁଳନାରେ ଏଥର ୦.୪୯ ପ୍ରତିଶତ ଅଧିକ ପାସ ହାର ରହିଛି । ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୫.୯୪ ପ୍ରତିଶତ ଅଧିକ ରହିଛି । ମୋଟ ୧୭ ଲକ୍ଷ ୮୮ ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି ।ଗତବର୍ଷ ସିବିଏସଇ ରେଜଲ୍ଟ ମେ ୧୩ରେ ପ୍ରକାଶ ପାଇଥିଲା । ଗତବର୍ଷ ଦ୍ବାଦଶରେ ପାସ୍ ହାର ଥିଲା ୮୭.୯୮ % । ସେପଟେ ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ପାସ ହାର ରହିଛି ୯୩.୬୬ ।