ଓଏସଏସସି ଦୁର୍ନୀତି : ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବ ମୋର୍ଚା ପକ୍ଷରୁ ଓଡିଶା କର୍ମଚାରୀ ପ୍ରବଣନ ଆୟୋଗ(ଓଏସଏସସି) ରେ ହୋଇଥିବା ଲାଞ୍ଚା କାରବାର ଓ ଦୁର୍ନୀତି କରାଯାଇଥିବା ଅଭିଯୋଗ କରାଯାଇ ପ୍ରତିବାଦରେ ମୋର୍ଚାର ସଭାପତି ଆଲୋକ ରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ରାଇରଙ୍ଗପୁର ଗୋଲେଇ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ବାମନଘାଟି ଊପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ଆୟୋଗ ବହୁ ଶିକ୍ଷିତ ଯୁବକଙ୍କଠାରୁ ଟଙ୍କା ନେଇ ଚାକିରୀ ବିକ୍ରି କରୁଥିବା ଅଭିଯୋଗ ହେଉଥିବାର ବକ୍ତାଗଣ ବର୍ଷିଥିଲେ ।ମେଧା ବଦଳରେ ଟଙ୍କା କାରବାର କାରବାର କରି ଵହୁ ଉଚ୍ଚ ଶିକ୍ଷିତଙ୍କ ଜୀବନ ସହ ଖେଳ କରାଯାଉଥିଲା ।ଏହାର ସିବିଆଇ ତଦନ୍ତ ଦାଵି କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏହି ବିକ୍ଷୋଭରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ରାଜ୍ୟ ବିଜେପି ସଂପାଦକ ନବିନ ରାମ,,ମହିଳା ନେତ୍ରୀ ମିଥିଳା ଟୁଡୁ,ଏସି ମୋର୍ଚା ସଭାପତି କିଶୋର କୁମାର ରଜକ,ନଗର ଯବ ବିଜେପି ସଭାପତି ଲାଲା ବାରିକ,ସଂଜୟ ନାୟକ, ଜିଲ୍ଲା ସଂପାଦକ ରାହୁଲ ପାତ୍ର,ଉପସଭାପତି ନିରଜ ରାମ ସମେତ ବହୁ ଯୁବକର୍ମି ସାମିଲ ହୋଇଥିଲେ ।