( ଅମରେନ୍ଦ୍ର ଦେହୁରୀ) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ଘର କାନ୍ଥ ପଡି ଭାଇ, ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ଭାଇ ଭଉଣୀ ଦ୍ୱୟ ହେଲେ ଶ୍ରୀ ରାମ ମୁଣ୍ଡା ଓ ଗୀତା ମୁଣ୍ଡା । ଘର କାନ୍ଥ ପଡି ସେମାନଙ୍କ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।
ସୂଚନାଅନୁଯାୟୀ , ଗତକାଲି ରୁକ୍ମିଣୀ ମୁଣ୍ଡା ୩ ଛୁଆଙ୍କ ସହ ଘରେ ଶୋଇଥିଲେ। ଲଗାଣ ବର୍ଷାରେ ଦୁର୍ବଳ ହୋଇଯାଇଥିବା ଘରର କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।ଘଟଣାସ୍ଥଳରେ ଶ୍ରୀରାମ ଓ ଗୀତାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ରୁକ୍ମିଣୀ ଓ ତାଙ୍କର ଆଉ ଜଣେ ଝିଅ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।