ବୋମାମାଡ଼ କରିଥିବା ଯୁବକ ଜଣେ ମହିଳାଙ୍କୁ କରିଥିଲା ଦୁର୍ବ୍ୟବହାର…

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ଦୁର୍ଗାବଜାର ନିକଟରେ ବୋମାମାଡ଼। ବୋମାମାଡ଼ କରିଥିବା ଯୁବକ ଜଣେ ମହିଳା ଙ୍କୁ ଦୁର୍ବ୍ୟବହାର କରିଥିଲା। ଏହାକୁ ବିରୋଧ କରିଥିଲେ ଲୋକେ। ବିରୋଧ କରିବା ପରେ ସମ୍ପୃକ୍ତ ଯୁବକ ବୋମାମାଡ଼ କରି ସେଠାରୁ ଫେରାର ହୋଇଯାଇଥିବା ଖବର ମିଳିଥିବା ବେଳେ।ଖବର ପାଇ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଂଚି ଛାନବିନ କରୁଛି। ଅପରପକ୍ଷେ ଦଶପଲ୍ଲା ପୋଲିସ କୁ ଏ ସମ୍ପର୍କରେ ପଚାରିବାରୁ ବୋମାମାଡ଼ ନୁହେଁ ବରଂ ଜଣେ ମାନସିକ ବିକୃତ ବ୍ୟକ୍ତି ଦଶପଲ୍ଲା ଦୁର୍ଗା ବଜାର ନିକଟରେ ଜଣେ ମହିଳା କୁ ଦୁର୍ବ୍ୟବହାର କରୁଥିଲେ ଲୋକେ ଏହାକୁ ପ୍ରତିବାଦ କରିବାରୁ ପକେଟ ରୁ ଗୋଟିଏ ବାଣ ବାହାର କରି ଫିଙ୍ଗି ଦେଇଥିଲେ ପରେ ଗୋଟିଏ ଗାଡ଼ିର କାଚ ଭାଙ୍ଗି ସେଠାରୁ ଚାଲିଯାଇଥିବା କହିବା ସହ। ଏ ଘଟଣା ରେ କାହାର କିଛି କ୍ଷତି ହୋଇନଥିବା କହିଛନ୍ତି। କେବଳ ଜଣକ ଗୋଡ଼ରେ ବାଣ ରୁ ବାହାରିଥିବା ଗୋଡ଼ି ଟି ବାଜି ଯାଇଥିବା ପ୍ରକାଶ କରିଥିଲେ ଥାନା ଅଧିକାରିଣୀ।