ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେବ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’
ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓଟିଟି ପ୍ଲାଟଫର୍ମର ଚାହିଦା ।
(ମୁମ୍ବାଇ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓଟିଟି ପ୍ଲାଟଫର୍ମର ଚାହିଦା । ଏହି କାରଣରୁ ଏହାର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ‘ଦ କଶ୍ମୀର ଫାଇଲ୍ସ’ : କଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଏହି ଫିଲ୍ମ ବଡ଼ ପରଦାରେ ସୁପରହିଟ୍ ରହିଥିଲା। ଏବେ ଏହି ଫିଲ୍ମ ୧୩ମଇରେ ଓଟିଟି ପ୍ଲାଟଫର୍ମ ଜି୫ରେ ପ୍ରଦର୍ଶିତ ହେବ ।

ସୂଚନାନୁଯାୟୀ , ତେବେ ଆସନ୍ତୁ ନଜର ପକାଇବା ଚଳିତ ମାସରେ ଓଟିଟିରେ ରିଲିଜ୍ ହେବାକୁ ଥିବା କିଛି ଏଭଳି ଫିଲ୍ମ ଏବଂ ସିରିଜ୍ ଉପରେ । ‘ଝୁଣ୍ଡ’ : ନାଗପୁରର ବିଜୟ ବରସେଙ୍କ ଜୀବନୀ ଉପରେ ଆଧାରିତ ଏବଂ ଅମିତାଭ ବଚ୍ଚନ ଷ୍ଟାରକାଷ୍ଟ ଫିଲ୍ମ ‘ଝୁଣ୍ଡ’ । ୬ମଇରେ ଜି୫ରେ ରିଲିଜ ହେବ ।

‘ଆରଆରଆର’ : ଫିଲ୍ମ ହଲରେ ନୂଆ ରେକର୍ଡ ସୃଷ୍ଟି କରିଥିବା ଫିଲ୍ମ ‘ଆରଆରଆର’ । ଏବେ ଓଟିଟିରେ ପାଦ ଥାପିବାକୁ ଯାଉଛି । ଚଳିତ ମାସ ଜି୫ରେ ଏହି ଫିଲ୍ମ ରିଲିଜ ହୋଇପାରେ।