କଳାହାଣ୍ଡି: ଗଞ୍ଜେଇ ଚାଲାଣ ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ । ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ଘଟଣା ଘଟିଛି ଗଞ୍ଜେଇ ବେପାରୀଙ୍କ ସହିତ । ପୋଲିସ ହାତରୁ ବଞ୍ଚିବା ଚେଷ୍ଟା ପାଇଁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଗଞ୍ଜେଇ ମାଫିଆ । କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଢୁଲୁ ଘାଟିରେ ଗଞ୍ଜେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ବୋଲେରୋ ଛାଡି ଫେରାର ହୋଇଯାଇଛନ୍ତି ସମ୍ପୃକ୍ତ ଗଞ୍ଜେଇ ବେପାରୀ । ଏସକର୍ଟ ସନ୍ଦେହରେ ବାଇକ ସହ ୨ ସନ୍ଦିଗ୍ଧ ଅଟକ ରହିଛନ୍ତି । ତେବେ ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ ୨୦ରୁ ଅଧିକ ଗଞ୍ଜେଇ ପ୍ୟାକେଟ ଜବତ କରାଯାଇଛି । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ ପରେ ଜଣାପଡିବ । ଅଟକ ୨ ଜଣ କୋକସରା ଅଞ୍ଚଳର ଓ ବୋଲେରୋ କାଉଡଲା ଅଞ୍ଚଳର ବୋଲି ଜଣାଯାଇଛି ।