ଡ୍ରୋନ ମାଧ୍ୟମରେ କଣ୍ଟେନମେଣ୍ଟ ଅଞ୍ଚଳକୁ ବିଶୋଦ୍ଧନ କରୁଛି ବିଏମସି

(ରିପୋଟର୍ସ ଟୁଡେ/ମହାଭାରତ/ଭୁବନେଶ୍ୱର):ରାଜଧାନେୀରେ କଣ୍ଟେନମେଣ୍ଟ ଅଞ୍ଚଳକୁ ଡ୍ରୋନ ମାଧ୍ୟମରେ ବିଶୋଦ୍ଧନ କରୁଛି ବିଏମସି । ଯେଉଁ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ସେହି ଅଞ୍ଚଳକୁ ପ୍ରବେଶ ନିସିଦ୍ଧ କରାଯାଇଛି । ଏଥିପାଇଁ ସେହି ଅଞ୍ଚଳରେ ଆକାଶ ମାର୍ଗରୁ ଡ୍ରୋନ ମାଧ୍ୟମରେ ବିଶୋଦ୍ଧନ ସ୍ପ୍ରେ କରାଯାଉଛି । ଏହି ବିଶୋଦ୍ଧନ ପାଇଁ ଦୁଇଟି ଡ୍ରୋନ ବ୍ୟବହାର କରାଯାଇଛି । ଆଜି ରାଜମହଲ ଛକଠାରୁ ଆରମ୍ଭ କରି ଶିଶୁ ଭବନ ଛକ ପର୍ଯ୍ୟନ୍ତ ଆକାଶ ମାର୍ଗରୁ ପ୍ରାୟ ୩୦ ଫୁଟ ଉଚ୍ଚରୁ ପ୍ରଥମ ଡ୍ରୋନରେ ରାସ୍ତା ନିରିକ୍ଷଣ କରିଯାଇ ପରେ ଏକ ଡ୍ରୋନ ମାଧ୍ୟମରେ ୨ଫୁଟ ଉଚ୍ଚରୁ ବିଶୋଦ୍ଧନ ସ୍ପ୍ରେ କରାଯାଇଥିଲା । ତେବେ ବିଶୋଦ୍ଧନ ସ୍ପ୍ରେ କଲା ସମୟରେ ଯେଭଳି କୌଣସି ଗୋରୁ ଗାଇ, କୁକୁର ଓ ମଣିଷ ଉପରେ ସିଚଂନ ନ ପଡେ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।