ବ୍ୟୁରୋ : ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଆଡଭାନୀଙ୍କୁ ଭର୍ତ୍ତି କରାଯାଇଛି ।
ତେବେ ପୂର୍ବ ମାସରେ ସେ ତାଙ୍କର ୯୭ ତମ ଜନ୍ମଦିନ ପାଳନ କରିଥିଲେ। ଗତ କିଛି ମାସ ମଧ୍ୟରେ ଆଡଭାନୀ ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ଜୁଲାଇରୁ ନେଇ ଏବେ ସୁଦ୍ଧା ଚତୁର୍ଥ ଥର ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏହାପୂର୍ବରୁ ଦିଲ୍ଲୀର ଉଭୟ ଆପୋଲୋ ହସ୍ପିଟାଲ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଚିକିତ୍ସିତ ହୋଇଥିଲେ ।
ବିଜେପି ମୁଖପାତ୍ର କେ କୃଷ୍ଣ ସାଗର ରାଓ ଆଡଭାନୀଙ୍କୁ ଉଚ୍ଚତମ ନେତା ବୋଲି କହି, ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ରାଓ ଏକ୍ସ ପୋଷ୍ଟ ରେ ପ୍ରକାଶ ରହିଛି, “ମୁଁ ଆମର ଉଚ୍ଚତମ ନେତା ଏଲ.କେ ଆଡଭାନୀ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି ।
I pray for a good, healthy recovery for our tallest leader, Shri. LK Advani as he is admitted into Appollo Hospital, Delhi. pic.twitter.com/1MgqdLfdFy
— K.Krishna Sagar Rao (@BJPKrishnasagar) December 14, 2024
’’୧୯୨୭ ମସିହା ନଭେମ୍ବର ୮ ତାରିଖରେ କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ୧୯୪୨ ମସିହାରେ ରାଷ୍ଟ୍ରିୟ ସ୍ବୟମ୍ ସେବକ ସଂଘରେ ଯୋଗ ଦେଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୯୯ ରୁ ୨୦୦୪ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ ।