(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ଓଡ଼ିଶା ଆସୁଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ରାଉରକେଲ, ଅନୁଗୁଳ ଏବଂ ଫୁଲବାଣୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ନିର୍ବାଚନ ପ୍ରଚାର ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଫାୟାରବ୍ରାଣ୍ଡ ନେତା ତଥା ଓଜସ୍ୱୀ ଭାଷଣ ଦେବାରେ ପରିଚିତ ଯୋଗୀ ଆଜି ସକାଳ ୧୦ଟା ୪୫ରେ ରାଉରକେଲାରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେବେ । ସଭାପରେ ସେ ୧୨ଟା ୩୦ରେ ଅନୁଗୁଳରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏହାସହ ସେ ଅପରାହ୍ନ ୨ଟାରେ ଫୁଲବାଣୀଠାରେ ପହଂଚି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ।
ସୂଚନାଯୋଗ୍ୟ କି, ଗତ କିଛିଦିନ ତଳେ ଯୋଗୀ ଆଦିତ୍ୟନାଥ ଗଂଜାମ ଏବଂ ଫୁଲବାଣୀ ଆସିବାର କାର୍ୟ୍ୟକ୍ରମ ଥିଲା । କିନ୍ତୁ ରାତି ହୋଇଯିବାରୁ ତାଙ୍କ ହେଲିକପ୍ଟରକୁ ଅବତରଣ ଅନୁମତି ନମିଳିବାରୁ ସେ ଭୁବନେଶ୍ୱର ବିମାନବନ୍ଦରରୁ ମୋବାଇଲ ଯୋଗେ ଭାଷଣ ଦେଇଥିଲେ ।