ବାରବାଟୀରେ ବିଜେଡି କାର୍ଯ୍ୟକାରିଣୀ ବୈଠକ

କଟକ : ଆଜି ବିଜୁ ଜନତା ଦଳ, ବାରବାଟୀ କଟକ କାର୍ଯ୍ୟକାରିଣୀ ବୈଠକ ବିଜୁ ପଟ୍ଟନାୟକ ଛକ ସାରଳା ଭବନ ଠାରେ ଅନୁଷ୍ଠିତ ହେଇଯାଇଅଛି । ଏହି କାର୍ଯ୍ୟକ୍ରମରେ କଟକ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅବଜର୍ଭର ପ୍ରଫୁ୍ଲ ମଲ୍ଲିକ (ମନ୍ତ୍ରୀ), ମେୟର ସୁବାଷ ସିଂ, ମଧୁ ସାହୁ, ରଞ୍ଜନ ବିଶ୍ୱାଳ,ଏବଂ କଟକ ବିଜେଡିର ବହୁ ପ୍ରମୁଖ ନେତା, ସମସ୍ତ ୱାର୍ଡର କର୍ପୋରେଟର, ୱାର୍ଡ଼ ସଭାପତି, ତଥା ବହୁ ବରିଷ୍ଠ ନେତା, ବିଜେଡି ଯୁବ, ଛାତ୍ରର ନେତା, ବିଜେଡି ମହିଳା, କଟକ ବିଜେଡିର ସମସ୍ତ ବରିଷ୍ଠ ପୁରୁଖା ନେତା ଓ କର୍ମମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରାଇଥିଲେ ।

କିପରି ଭାବେ କଟକରେ ବିଜେଡି କିପରି ନିର୍ବାଚନ ବୈତରଣୀ ପାର କରିବ ସେ ନେଇ ସବିଶେଷ ଆଲୋଚନା ହୋଇଅଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ କିପରି ସମସ୍ତ କର୍ମୀ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବେ ସେଥିପ୍ରତି ଆଲୋଚନା କରାଗଲା |